ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ନେଇ ନିରଞ୍ଜନଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ତାଙ୍କର ରେଗୁଲାର ହାର୍ଟ ଚେକଅପ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ସେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ହେଲେ ହଠାତ୍ ଦିଲ୍ଲୀ ଯାଇ ମେଡିକାଲରେ ଭର୍ତ୍ତି ହେବା ଘଟଣା, ସାଧାରଣରେ ହଜମ ହେଉନି। କିଛି ଦିନ ପୂର୍ବରୁ ସେ ପିପିଲି ଉପନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ସେ ସ୍ୱର୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସହ ଗୋଟିଏ ଗାଡ଼ିରେ ପ୍ରଚାର ମଧ୍ୟ କରିଥିଲେ।

You might also like