ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଘୁଞ୍ଚିଲା

ଭୁବନେଶ୍ୱର : ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ ସମୟରେ ସଭ୍ୟ ସଂଗ୍ରହ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି କୁହାଯାଇଛି।

ପ୍ରଦେଶ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଅଛନ୍ତି ଓ ସେ ଆଜି ଫେରିବାର କାର୍ଯ୍ୟକ୍ରମ ଥିଲା। ତେଣୁ ୬ ତାରିଖରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥାନ୍ତା। ମାତ୍ର କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ଥିବା ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଥିବାରୁ ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ରହିଛି। ତେଣୁ ନେତାମାନଙ୍କ ସହ ବିଚାରବିମର୍ଶ ନକରି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ଉଚିତ୍ ହେବ ନାହିଁ ବୋଲି ଦଳ ଅନୁଭବ କରିଛି। ସେହି କାରଣରୁ ସଭାପତି ଶ୍ରୀ ପଟ୍ଟନାୟକ ଓଡ଼ିଶା ଫେରିବା ପରେ ଦଳର ସବୁ ବର୍ଗର ବରିଷ୍ଠ ନେତାମାନଙ୍କ ବୈଠକ ଡାକି ସାଂଗଠନିକ ପ୍ରସଙ୍ଗରେ ବିଚାରବିମର୍ଶ କରିବେ। ତା’ପରେ ନେତାମାନଙ୍କ ମତାମତ ଆଧାରରେ ହିଁ ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମ କରାଯିବ। ତେବେ ଏଆଇସିସି ପକ୍ଷରୁ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବାରୁ ସଭାପତି ଶ୍ରୀ ପଟ୍ଟନାୟକ ପ୍ରଥମେ ପିସିସିର କେତେକ କମିଟି ସହ ନିଜ ଟିମର ମଧ୍ୟ ପୁନର୍ଗଠନ କରିବେ। ତା’ପରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରଠୁ ଦଳ ଭିତରେ ଅସ୍ଥିରତା ଦେଖାଦେଇଛି। ପିସିସି ସଭାପତି ପଦରୁ ଶ୍ରୀ ପଟ୍ଟନାୟକ ଓହରିବାକୁ ଚାହିଁଥିଲେ ମଧ୍ୟ ଏଆଇସିସି ତାଙ୍କୁ ଉକ୍ତ ପଦରେ ବଜାୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେତୃତ୍ୱ ଅଭାବରୁ ରାଜ୍ୟରେ ଦଳର ନେତାମାନେ ଏବେ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like