କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ କଂଗ୍ରେସରେ କମ୍ପନ

ଭୁବନେଶ୍ୱର: ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ ବର୍ତ୍ତମାନ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି।

କୃଷ୍ଣଙ୍କ ବକ୍ତବ୍ୟକୁ ନେଇ ବିଧାନସଭାରେ ହଇଚଇ ହେବା ପରେ ପିସିସି ଶୃଙ୍ଖଳା କମିଟି ବୈଠକ ବସିଛି। ଏ ସଂକ୍ରାନ୍ତରେ ଏଆଇସିସିକୁ କମିଟିର ନିଷ୍ପତ୍ତି ପଠାଇ ଦିଆଯିବ ବୋଲି ଆବାହକ ଅନନ୍ତ ସେଠୀ କହିଛନ୍ତି।

ତେବେ କୃଷ୍ଣ କିଛି ଭୁଲ୍ କହି ନାହାନ୍ତି। ଏଭଳି ଘଟଣାକୁ ଶୃଙ୍ଖଳା କମିଟି ଗଠନ କରିବା ଠିକ୍ ହୋଇନାହିଁ ବୋଲି କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି। କୃଷ୍ଣଙ୍କୁ ଦଳରୁ ବାହାର କଲେ କ’ଣ ସମାଧାନ ହୋଇଯିବ କି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ଏଥିସହିତ ଏଆଇସିସି ଯେଉଁ ତଥ୍ୟ ଉଠାଇବାକୁ କହୁଛି, ତାକୁ ପିସିସି ନ ଉଠାଇବା ବି ବିଶୃଙ୍ଖଳା ବୋଲି ଭକ୍ତ କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ନବୀନ-ନରସିଂହ ଭିତିରି ସଂପର୍କ

You might also like