ବିଜେଡି-ବିଜେପି ସମ୍ପର୍କର ନୂଅା ଭିଡିଓ ଛାଡ଼ିଲେ ନିରଞ୍ଜନ

ଭୁବନେଶ୍ୱର : ବିଜେଡି- ବିଜେପି ସଂପର୍କକୁ ନେଇ ପୁଣି କଂଗ୍ରେସର ଶାଣିତ ଅାକ୍ରମଣ। ଫଟୋ ପରେ ଏଥର ଟୁଇଟର୍ ଅାକାଉଣ୍ଟରେ ଦେଢ ମିନିଟ୍‌ର ଭିଡିଓ ପୋଷ୍ଟ କରି ନବୀନ ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକପ୍ରିୟ ହିନ୍ଦୀ ଗୀତକୁ ଉଦ୍ଧାର କରି ନିରଞ୍ଜନ ନବୀନ ଓ ମୋଦିଙ୍କ ଦୋସ୍ତିକୁ ତାତ୍ସଲ୍ୟ କରି ଟୁଇଟ୍ କରଛନ୍ତି।

‘ଏ ଦୋସ୍ତି  ହମ୍‌ ନେହି ତୋଡେଙ୍ଗେ..’ ଭିଡିଓରେ ମୋଦି-ନବୀନଙ୍କ ସାକ୍ଷାତ, ବିଜେଡିର ଜିଏସଟି ଓ ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ ଓ ରାଷ୍ଟ୍ରପତି ନିର୍ବାଚନରରେ ସମର୍ଥନ କଥା ଉଠାଇ ଓଡିଶାବାସୀଙ୍କୁ କାହିଁକି ବୋକା ବନାଉଛ ବୋଲି ପ୍ରଶ୍ନ  କରିଛନ୍ତି।

ଏପଟେ କଂଗ୍ରେସର ଅଭିଯୋଗ ନେଇ ପାଲଟା ଅାକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ମହାନଦୀରେ ବହୁ ଗୋଳିଅାପାଣି ବହିଗଲାଣି ବୋଲି କହି ଲୁଚିଛି ନା ଗୋ଼ଡ ଦି ଟା ଦିଶୁଛି ବୋଲି କହି କଂଗ୍ରେସକୁ କଟାକ୍ଷ କରିଛନ୍ତି। ତେବେ ରାଜ୍ୟସଭାର ଉପାଧ୍ୟକ୍ଷ ଜଣେ ଓଡ଼ିଆ ହେବାର ଥିଲା ବୋଲି କହି ବିଜେଡି କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ଧର୍ମେନ୍ଦ୍ର।

ତେବେ ଓଡ଼ିଅା ପୁଅ ରାଜ୍ୟସଭା ଉପାଧ୍ୟକ୍ଷ ହେବାର କୌଣସି ପ୍ରାସଙ୍ଗିକତା ନ ଥିଲା ବୋଲି କହିଛି ବିଜେଡି। ଧର୍ମେନ୍ଦ୍ର କେଉଁଠୁ ଏ ତଥ୍ୟ ପାଇଲେ ବୋଲି ପ୍ରଶ୍ନ କରି ଏହା ତାଙ୍କର ହତାଶା ଓ  ନିରାଶର ମନ୍ତବ୍ୟ ବୋଲି ବିଜେଡି କହିଛି। ସେପଟେ ନବୀନ, ମୋଦି ଓ ଶାହାଙ୍କ ସହ ରାତିରେ କଥା ହେବା ବିଷୟରେ ଧର୍ମେନ୍ଦ୍ର ଜାଣିଛନ୍ତି କି ନାହିଁ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

ବିଜେଡି- ବିଜେପି ଭିତର ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅାଜି ଓବିସି କମିଶନ ପ୍ରସଙ୍ଗରେ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଅାଳରେ ବିମାନ ବନ୍ଦରରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି।  କୁହାଯାଉଛି ବିଜେଡି-ବିଜେପି ସଂପର୍କର ଚର୍ଚ୍ଚା ଭିତରେ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଏପରି ପାଓ୍ୱାର ସୋ କରିଥିଲା ବିଜେପି।

You might also like