ବଲାଙ୍ଗିର: ଜେଲ୍ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ ସରୋଜ ମେହର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ରହୁଛନ୍ତି ସରୋଜ ମେହର।
କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ଗତକାଲି ତାଙ୍କୁ ପୁଲିସ୍ ଗିରଫ କରିଥିଲା।
ସରୋଜ ମେହେର ଆଜି ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ଯୋଗ ଦେଇଥାନ୍ତେ। ହେଲେ ତା’ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଛି।
ବିଧାୟକଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତାକାଲି ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିଲା। ତେବେ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି।