ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି: ବିଜେପି
ଭୁବନେଶ୍ୱର: ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି। ଏମିତିକି ଏଥିରେ ପ୍ରିଜାଇଡିଂ ଅଫିସରଙ୍କର ସମ୍ପୃକ୍ତି ରହିଛି ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ୍ୱମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।
ଡାହାଳପୁରର ୨୨୦ ନମ୍ବର୍ ଏବଂ ପାଟକୁରାର ୨୯୪ ନମ୍ବର ବୁଥରେ ଇଭିଏମ୍ ବଦଳା ଯାଇଥିବା ଦଳ ଅଭିଯୋଗ ଆଣିବା ସହ ୩୦୮ଟି ବୁଥ୍ ଲାଗି ଆସିଥିବା ଅଧିକ ଶହେ ଇଭିଏମ୍କୁ ନେଇ ମଧ୍ୟ ଶଙ୍କା ପ୍ରକାଶ କରିଛି ବିଜେପି। ଏସବୁ ଘଟଣାକୁ ନେଇ ଦଳ, ସିଇଓଙ୍କ ନିକଟରେ ଫେରାଦ ହେବ ବୋଲି କହିଛନ୍ତି ଲେଖାଶ୍ରୀ।
ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଏବେ ନିର୍ବାଚନକୁ ନେଇ ଏଭଳି ଅଭିଯୋଗ ଏକ ସ୍ୱାଭାବିକ ପ୍ରକ୍ରିୟାରେ ପରିଣତ ହେଲାଣି ବୋଲି ଦଳର ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି। ପାଟକୁରାରେ ପରାଜୟ ହେଉଥିବା ଜାଣି ବିଜେପି ଏଭଳି ଅଭିଯୋଗ ଆଣୁଥିବା ଶଶି କହିଛନ୍ତି।