ପାଟକୁରା: ନିର୍ବାଚନ ପାଇଁ ସରଗରମ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ପ୍ରଚାର ମୈଦାନ। କିଏ ଜିତିବେ କିଏ ହାରିବେ, ତାହା ତ ନିର୍ବାଚନ ପରେ ଜଣାପଡ଼ିବ, ହେଲେ ତା ପୂର୍ବରୁ କିନ୍ତୁ ଜୋରସାର ଚାଲିଛି ବୟାନବାଜି।
ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠିକାର ସାଧାରଣ ଲୋକ ଚାହୁଁଛନ୍ତି, ପାଟକୁରାରେ ବିଜୟ ମହାପାତ୍ର ଜିତି ବିଧାନସଭାକୁ ଯାଆନ୍ତୁ। ବିଜେଡି ମଧ୍ୟ ସେଇଆ ଚାହୁଁଛି।
ଏଠି ବିଜେଡିର କିଛି ରଣକୌଶଳ ନାହିଁ। ଯେଉଁମାନେ ପ୍ରଚାର ପାଇଁ ଆସିଛନ୍ତି, ସେମାନେ ବିଜେପି ସପକ୍ଷରେ କାମ କରୁଛନ୍ତି। କେବଳ ନିଜ ବସ୍ଙ୍କୁ ଖୁସି କରିବା ପାଇଁ ଯାହା ସେମାନେ ବୁଲୁଛନ୍ତି।