• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ପାଟକୁରା ବିଧାନସଭା ନିର୍ବାଚନ ପାଇଁ  ମତଦାନ ଜୁଲାଇ ୨୦ ତାରିଖ ଶେଷ ହୋଇଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨.୪୪ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୨.୭୫% ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ସମେତ ମୋଟ୍ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନ୍ ଭିତରେ ସିଲ୍ ହୋଇ ରହିଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି ଇଭିଏମ୍‌।  ଆସନ୍ତା ୨୪ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଭୋଟ ଗଣତି ହେବ। ତା ପରେ ଜଣାପଡ଼ିବ କାହା ମୁଣ୍ଡରେ ପାଟଶାଢୀ ବାନ୍ଧିଛନ୍ତି ପାଟକୁରା ଭୋଟର। ତେବେ ତା ପୂର୍ବରୁ କଳ୍ପନାଜଳ୍ପନା ଲାଗି ରହିଛି କିଏ ଜିତିବ।

ଏଥର ମଇଦାନରେ ୧୦ ଜଣ ପ୍ରାର୍ଥୀ ଥିଲେ ହେଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ବିଜେପି-ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ। ତେଣୁ ୨୪ ତାରିଖ ପୂର୍ବରୁ ହିସାବ ଚାଲିଛି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଜିତିବେ ନା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ !

ଏ ନେଇ ଓଟିଭି ପକ୍ଷରୁ ଫେସବୁକ୍‌ରେ ଏକ ସର୍ଭେ କରାଯାଇଥିଲା। ଏଥିରେ ଅନେକ ଅଭିଜ୍ଞ, ଶିକ୍ଷିତ ଲୋକ ନିଜର ମତ ପ୍ରକାଶ କରିଛନ୍ତି। ଆଜି ମଧ୍ୟାହ୍ନ ସାଢେ ଗୋଟାଏ ସୁଦ୍ଧା ୯୬,୨୦୭ ଜଣଙ୍କ ପାଖରେ ଏହି ଖବର ପହଞ୍ଚିଥିବାବେଳେ ପଢିଛନ୍ତି ୧୦ ହଜାର ୮୪ ଜଣ। ୮୬୯ ଜଣ ଏହାର ସେମାନଙ୍କର ମତ ରଖିଛନ୍ତି।

ଏଥର  ପାଟକୁରା ନିର୍ବାଚନ ବିଜୟ ମହାପାତ୍ରଙ୍କ ସପକ୍ଷରେ ରହିଛି।  ଏକଥା ଆମେ କହୁନୁ । ଫେସବୁକ ୟୁଜର୍ସମାନେ ମତ ଦେଇଛନ୍ତି।  ପ୍ରାୟ ୭୦ ପ୍ରତିଶତ ୟୁଜର୍ସ ବିଜୟ ମହାପାତ୍ର ଜିତିବେ ବୋଲି କହିଥିବାବେଳେ ଅନ୍ୟମାନେ ସାବିତ୍ରୀ ଅଗ୍ରୱାଲ ଜିତିବେ ବୋଲି କହିଛନ୍ତି। କିଛି ୟୁଜର୍ସ କାହା ସପକ୍ଷରେ କି ବିପକ୍ଷରେ ମତ ନ ଦେଇ ଭଲ ନେତା ଏବଂ ରାଜ୍ୟର ବିକାଶ କଥା କହିଛନ୍ତି।

ପ୍ରବୀଣ ରାଜ ନାମକ ଜଣେ ୟୁଜର୍ସ ମନ୍ତବ୍ୟ ଦେଇ ‘ଯିଏ  ବି ଜିତୁ, ଜଣେ ଭଲ ନେତା ଜିତିବା ଦରକାର’ ବୋଲି କହିଛନ୍ତି।

ଅନ୍ୟଜଣେ ୟୁଜର୍ସ ମୂଲ୍ୟବାନ ମତାମତ ଦେଇ ସୋସାଲ ମିଡ଼ିଆ ଉପରେ ବିଶ୍ୱାସ ନ କରିବାକୁ କହିଛନ୍ତି । ସେ କହିଛନ୍ତି ସୋଶାଲ ମିଡ଼ିଆରେ ବିଜେପି ଜିତିବ କିନ୍ତୁ ଇଭିଏମରେ ବିଜେଡି ଜିତିବ। ଇଲେକ୍ସନ ରେଜଲ୍ଟ ଆନାଲିସିସ୍‌ କରି ସେ ଏପରି ଅନୁମାନ କରୁଥିବା  କହିଛନ୍ତି।

ସେହିପରି ରାଜଲକ୍ଷ୍ମୀ ଦାସ ନାମକ ଅନ୍ୟ ଜଣେ ୟୁଜର୍ସ ଧର୍ମର ଜୟ ହେବ ବୋଲି କହିଛନ୍ତି। ଅନ୍ୟଜଣେ ୟୁଜର୍ସ ରାମଚନ୍ଦ୍ର ଜଗ୍‌ଦେବ ସୋଶାଲ ମିଡ଼ିଆ ସର୍ଭେକୁ ଆକ୍ଷେପ କରି କହିଛନ୍ତି ‘ଫେସବୁକ ପୋଲ୍‌ରେ କେବଳ ପାଟକୁରାବାସୀ ମତ ଦେଉ ନାହାନ୍ତି। ତେଣୁ ଫଳାଫଳ ଠିକ୍‌ଦଦ ଆସିବନି।’

ସୁମିତ୍ରା ସ୍ୱାଇଁ ନାମକ ଜଣେ ୟୁଜର୍ସ ମୂଲ୍ୟବାନ ମତାମତ ଦେଇ ‘ଯିଏ ବି ଜିତୁ ରାଜ୍ୟର ବିକାଶ  ହେବା ଦରକାର’ ବୋଲି କହିଛନ୍ତି।

ସୂଚନାଥାଉ କି, ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସ୍ଥଗିତ ରଖାଯାଇଥିଲା। କାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଏପ୍ରିଲ ୨୦ ତାରିଖରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ ହୋଇଥିଲା। ଜୁଲାଇ ୨୦ ତାରିଖରେ ଏହି ଆସନରେ ନିର୍ବାଚନ ହେବ ବୋଲି ସ୍ଥିର ହୋଇଥିଲା। ଅନ୍ୟ ଦଳର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବାବେଳେ ବିଜେଡି କେବଳ ନୂଆପ୍ରାର୍ଥୀ ଦେଇଥିଲା। ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଥିଲା। ବିଜେଡି ଆଶା କରିଥିଲା, ବେଦୁଙ୍କ ମୃତ୍ୟୁ ପରେ ସାବିତ୍ରୀ ଅନୁକମ୍ପାମୂଳକ ଭୋଟ ପାଇବେ ଏବଂ ବିଜୟ ମହାପାତ୍ରଙ୍କୁ ହରାଇବେ।

(ବିଶେଷ ଦ୍ରଷ୍ଟବ୍ୟ: ଓଟିଭି ପକ୍ଷରୁ ସୋଶାଲ ମିଡିଆରେ ଏହି ସର୍ଭେ କରାଯାଇଥିଲା। କେବଳ ଓଟିଭି ଫେସବୁକ ଫଲୋୟର୍ସମାନେ ଏହି ମତ ଦେଇଛନ୍ତି। ତେଣୁ ଏହି ମତକୁ ଚୂଡ଼ାନ୍ତ ବୋଲି କୁହାଯାଇ ପାରିବ ନାହିଁ। ଚୂଡ଼ାନ୍ତ ଫଳାଫଳ ୨୪ ତାରିଖରେ ପ୍ରକାଶ ପାଇବ )

Patkura-election-social-media-survey-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories