ପାଟକୁରା ନିର୍ବାଚନ ଫଳାଫଳ: ୧୬ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୧୬ ତମ ରାଉଣ୍ଡ ଶେଷ ସୁଦ୍ଧା ୧୭, ୨୩୮ ଭୋଟ୍‌ରେ ବିଜେଡି ଆଗୁଆ ରହିଛି।  ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୮୯, ୩୮୯ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୨, ୧୫୫ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୯୩୩ ଖଣ୍ଡ ଭୋଟ୍ ମିଳିଛି।

ଆଉ ୧ ରାଉଣ୍ଡ ଭୋଟ୍‌ ଗଣତି ପରେ ଚୂଡାନ୍ତ ଫଳାଫଳ ଜଣାପଡ଼ିବ।

You might also like