• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାଟକୁରା: ପାଟକୁରା ବିଧାନସଭା ଆସନକୁ ଏକରକମ ହାତେଇଛି ବିଜେଡି। ୧୮ ତମ ରାଉଣ୍ଡ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଖାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା।

ସେପଟେ ବିଜେଡି ଅନ୍ୟ ଦଳଠୁ ସଂଖାଧିକ ଭୋଟ୍‌ରେ ଆଗୁଆ ଥିବାରୁ ଦଳର କର୍ମୀମାନେ ସେଲେବ୍ରେସନ୍‌ ଆରମ୍ଭ କରି ଦେଇଛନ୍ତି।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭,୬୫୫ ଖଣ୍ଡ ଭୋଟ୍‌ରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ଆଗରେ ଅଛନ୍ତି। 

ଆଜି ସକାଳୁ ପାଟକୁରା ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ଆରମ୍ଭରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ତେବେ ପ୍ରତି ରାଉଣ୍ଡରେ ବିଜେଡି ଆଗରେ ଥିଲା।

୧୮ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୯୫, ୧୬୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ବିଜୟ ମହାପାତ୍ର ୭୭, ୫୦୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ଜୟନ୍ତ ମହାନ୍ତି ୨୦୯୦ ଖଣ୍ଡ ଭୋଟ ପାଇଥିଲେ।

Patkura-election-result-2019
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories