ବିଧାନସଭାରେ ପାଟକୁରା ନିର୍ବାଚନର ପ୍ରଭାବ: ଗୃହରେ ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଚାର କରୁଥିବା ବେଳେ ଅଧିକାଂଶ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଫଳରେ  ବିଧାନସଭାରେ ଆଜି ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଅଛନ୍ତି। ଶାସକ ଦଳ ସଦସ୍ୟ ବସୁଥିବା ଅନେକ ଚେୟାର ଖାଲି ପଡ଼ିଛି।

ଏପରିକି ମନ୍ତ୍ରୀମାନଙ୍କର ନିଜ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀମାନେ ଗୃହରେ ଉତ୍ତର ରଖୁଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରଶ୍ନୋତ୍ତର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରଖିଛନ୍ତି। ସେହିପରି କୃଷିମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଅନୁପସ୍ଥିତ ଅଛନ୍ତି।  ଆଜି ସେମାନଙ୍କର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅନୁପସ୍ଥିତ ଅଛନ୍ତି।

You might also like