ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ

ଭୁବନେଶ୍ୱର :  ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ। ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତାଙ୍କ ସହ ଦଳ ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି।

ବିଜେଡିର ଏତେ ରଣକୌଶଳ ସତ୍ତ୍ୱେ ଦଳ କାହିଁକି ପାଟକୁରାରେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିପାରିଲା ନାହିଁ; ସେ ନେଇ ମୁଖ୍ୟତଃ ଫୋକସ୍ ଦିଆଯାଇଥିବାର ସୂଚନା ଥିଲେ ବି ଆଗକୁ ସେଠାରେ ସଂଗଠନ କିଭଳି ମଜଭୁତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା ବିଧାୟକ ପ୍ରତାପ ଦେବ ସୂଚନା ଦେଇଛନ୍ତି।

ତାସହ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ପାଟକୁରା କଥା ବୁଝିବେ ବୋଲି ଦେଇଥିବା ପ୍ରତିଶ୍ରୁତି କିପରି ପାଳନ ହେବ, ସେ ନେଇ ଆଲୋଚନା ହୋଇଥିଲା ବୋଲି ପ୍ରତାପ ଦେବ କହିଛନ୍ତି।

You might also like