ପାଟକୁରା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୧୩ ନମ୍ବର ଜୋନ୍‌ରେ ବିଜେପି ଓ ବିଜୟ ସେନାର କର୍ମୀ ଜନମତାଧିକାର ଯାତ୍ରା କରିଛନ୍ତି।

ତିନି ମୁହାଣୀ ରାମମନ୍ଦିର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ତାହା ଗୁଆଳସିଂ, କୋଶିଆପଳ, ଠାକୁର ପାଟଣାରେ ଶେଷ ହୋଇଥିଲା।

ବାତ୍ୟା ‘ଫୋନି’ ବାହାନାରେ ପ୍ରଶାସନିକ ଷଡ଼ଯନ୍ତ୍ର କରି ପାଟକୁରାରେ ନିର୍ବାଚନ ଘୁଞ୍ଚା ଯାଇଛି ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପାଟକୁରା ନିର୍ବାଚନମଣ୍ଡଳୀର ସବୁ ଜାଗାରେ ଏଭଳି ଶୋଭାଯାତ୍ରା କରି ଷଡ଼ଯନ୍ତ୍ର ବିରୋଧରେ ଲୋକଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି।

You might also like