ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ। ପବନ ଯୋଗୁ ବାଉଁଶ ସହ ଉଡ଼ିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା । ଯେହେତୁ ନୀଳଚକ୍ରରେ ଅନ୍ୟ ବାନା ରହିଛି, ତେଣୁ ନୀତିକାନ୍ତିରେ ବିଭ୍ରାଟ ହୋଇନି ।

ଆଜି ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡ ଆଣ୍ଠୁଏ ପାଣିର ଲହଡ଼ା ମାରୁଛି।  ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଥିଲା । କିଛି ରଥକାଠ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ରଥଖଳାରୁ ପାଣି ନିଷ୍କାସନ ହୋଇଯାଇଛି । ବର୍ଷା ଛାଡିବା ପରେ ବଡଦାଣ୍ଡରୁ ପାଣି କମିଛି। ତେବେ ବଡ ଦେଉଳରୁ ଏପରି ବାନା ଉଡ଼ିବା ଘଟଣା ଭକ୍ତଙ୍କୁ ବ୍ୟଥିତ କରିଛି।

You might also like