ବ୍ରହ୍ମପୁରରେ ଉତ୍କଟ ରକ୍ତ ସ୍ଥିତି ; ରକ୍ତ ଅଭାବରେ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର: ଉତ୍କଟ ହେଲାଣି ରକ୍ତ ସ୍ଥିତି। ସାରା ରାଜ୍ୟରେ ରକ୍ତଭଣ୍ଡାର କର୍ମଚାରୀମାନେ ଆନ୍ଦୋଳନ କରୁଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ସ୍ଥିତି ସଙ୍ଗୀନ ହୋଇଛି। ପ୍ରତିଦିନ ଏମ୍‌କେସିଜିରେ ଶତାଧିକ ପ୍ୟାକେଟ୍ ରକ୍ତ ଆବଶ୍ୟକ ପଡୁଥିବା ବେଳେ ରକ୍ତଭଣ୍ଡାରରେ ସରିବାକୁ ବସିଲାଣି ଷ୍ଟକ୍।

ଜଣେ ଥାଲାସେମିଆ ରୋଗୀ ବ୍ରହ୍ମପୁରଠାରୁ ୮୦ କିଲୋମିଟର ଦୂର ବଡ଼ଗଡ଼ ଅଞ୍ଚଳରୁ ଆସିଛନ୍ତି। କିନ୍ତୁ ତାଙ୍କୁ ରକ୍ତ ମିଳୁନି। ତାଙ୍କ ଭଳି ବହୁ ଥାଲାସେମିଆ ରୋଗୀ ରକ୍ତ ପାଇଁ ଧାଡ଼ିରେ ଅଛନ୍ତି। ବ୍ରହ୍ମପୁର ରକ୍ତଭଣ୍ଡାରର ଅସ୍ଥାୟୀ କର୍ମଚାରୀମାନେ ଆନ୍ଦୋଳନରେ ଥିବାରୁ ଏଭଳି ସ୍ଥିତି ଦେଖାଦେଇଛି।

ଖାଁ ଖାଁ ଅଫିସ୍। ରକ୍ତ ସଂଗ୍ରହ କରିବାକୁ ଥିବା ଭ୍ୟାନ୍ ମଧ୍ୟ ପଡ଼ିରହିଛି। ଅନ୍ୟ ସବୁ ଗାଡ଼ି ଗୁଡିକ ଯେଉଁ ସେଡ୍‌ରେ ରହୁଛି, ସେହି ସେଡ୍‌ରେ ବି ତାଲା ଝୁଲୁଛି। ଏବେଠୁ ରକ୍ତ ଅଭାବ ଦେଖାଦେଇଥିବା ବେଳେ ଆଉ ଦିନେ ଦୁଇ ଦିନ ପରେ ରୋଗୀ କିଭଳି ରକ୍ତ ପାଇବେ, ତାହା ଚିନ୍ତାର ବିଷୟ।

ଏମ୍‌କେସିଜି ପରିସରରେ ଥିବା ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଷ୍ଟକ୍ ନଥିବା ବେଳେ ବ୍ଲଡ଼ ବ୍ୟାଙ୍କରେ ଅନ୍ୟ ଷ୍ଟାପ୍‌ଙ୍କୁ ନିୟୋଜିତ କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ସ୍ଥାୟୀ ଚାକିରୀ ସହ ଅନ୍ୟାନ୍ୟ ସୁବିଧା ଦାବି କରି ସାରା ରାଜ୍ୟରେ ରକ୍ତଭଣ୍ଡାର କର୍ମଚାରୀମାନେ ଗତ ୨୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

You might also like