କରୋନା ପରେ ଗଛ ମୂଳେ ଚାଲିଛି ରୋଗୀ ଚିକିତ୍ସା

କଟକ: ବାଘ କାମୁଡ଼ାଠୁ ବଳି ଯାଇଛି ଘୋଷଡ଼ା। ଯାହାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ। ମେଡିକାଲ ପରିସରସ୍ଥିତ ଗଛ ମୂଳେ ଚାଲିଛି ରୋଗୀ ଚିକିତ୍ସା। କରୋନା ସଂକ୍ରମଣ ଭୟରେ ରେଡିଏସନ ବିଭାଗ ଓପିଡି ବନ୍ଦ ଥିବାରୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ଗଛ ତଳେ ପଡ଼ିଥିବା ହାତଗଣତି ଚେୟାରରେ ବସୁଛନ୍ତି ରୋଗୀ ଆଉ ଦୂରରେ ଛିଡ଼ା ହୋଇ ରୋଗୀଙ୍କ ସମସ୍ୟା ଶୁଣିବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କାର ବନେଟ୍ ଉପରେ କାଗଜ ରଖି ପ୍ରେସ୍‌କ୍ରିପ୍ସନ୍‌ ଲେଖି ରୋଗୀଙ୍କୁ ଦେଉଛନ୍ତି ଡାକ୍ତର।

ଏମିତିକି କିଛି ରୋଗୀ ରାସ୍ତା କଡ଼ ଫୁଟ୍‌ପଥ୍‌ରେ ବସିଥିବା ବେଳେ ଆଉ କିଛି ବାରଣ୍ଡାରେ ବସି ଚିକିତ୍ସିତ ହେଉଛନ୍ତି। ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ରୋଗୀ ଓ ମେଡିକାଲ କର୍ମଚାରୀଙ୍କୁ ମିଶାଇ ୧୨୪ ଜଣ କରୋନା ସଂକ୍ରମିତ ହେବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଘାରିଛି କରୋନା ଡର। ତେବେ ଗଛ ମୂଳେ ଚିକିତ୍ସା ନେଇ ସଂପୃକ୍ତ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

 

ଆହୁରି ପଢ଼ନ୍ତୁ

You might also like