ମେଡିକାଲରୁ ଖସି ଆସି ରୋଗୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରୁ ଖସି ଆସି ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଡେଙ୍ଗପଦର ଗାଁର ଗୋପାଳ ଭତରା। ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି।

ଗୋପାଳ ଜଣକ ଜଣେ ମାନସିକ ରୋଗୀ। ଦୁଇ ଦିନ ପୂର୍ବେ ଦେହ ଖରାପ ହେବାର ତାଙ୍କୁ ନରରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ରାତିରେ ପରିଶ୍ରା ଯିବାକୁ କହି ବାହାରକୁ ଆସିଥିଲେ। ମେଡିକାଲ ବାହାରେ ଥିବା ଏକ କାଜୁ ବାଡ଼ିରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ପାଇବା ପରେ ପୁଲିସ ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like