ଭୁବନେଶ୍ୱର ଏମ୍‌ସ୍‌ର ୬ ମହଲାରୁ ଖସି ପଡ଼ି ରୋଗୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ୍‌ର ୬ ମହଲାରୁ ଖସି ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସତ୍ୟଜିତ୍‌ ମହାନ୍ତି। ଖୋର୍ଦ୍ଧା ଜକରା ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ସତ୍ୟଜିତ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସ୍‌ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ତେବେ ଗତକାଲି ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ୬ ମହଲାରୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ ବୋଲି ଜଣାପଡ଼ିଛି।

ଅନ୍ୟପଟେ, କେଉଁ ପରିସ୍ଥିତିରେ ସେ ୬ ମହଲାରୁ ଖସି ପଡ଼ିଲେ ଓ ଏହା ପଛରେ କ’ଣ ରହିଛି କାରଣ ତାହା ଜଣାପଡିନାହିଁ।

ଆଜି ସକାଳେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭୁବନେଶ୍ୱର ସ୍ଥିତ ଗୌରୀ ନଗର ଲେନ୍ ୫ରେ ଏକ ଭଡ଼ା ଘରେ ରହୁଥିବା ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

You might also like