ଭୁଲ୍‌ ଇଞ୍ଜେକ୍ସନ ନେଲା ଯୁବକଙ୍କ ଜୀବନ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ୍‌ ଇଞ୍ଜେକ୍ସନ ନେଲା ଜୀବନ ! ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା।

ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ସଂପୃକ୍ତ ଡାକ୍ତର କହିଛନ୍ତି, ରୋଗୀଙ୍କୁ କୌଣସି ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇ ନାହିଁ। ଛାତି ଯନ୍ତ୍ରଣା ହେତୁ ତାଙ୍କର ମୃତ୍ୟୁ ଘଟିଛି।

You might also like