ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଅମିତ ହସ୍‌ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଜଣେ ୧୩ ବର୍ଷର ବାଳକକୁ ଭୁଲ୍ ଇଂଜେକସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବାଳକ ଜଣକ ହେଲେ ଗେଟ୍ ବଜାର ଅଂଚଳର ମାଲେଶ ସେଠିଙ୍କ ପୁଅ ନାଗରାଜ୍।

ଗତ ୨୨ ତାରିଖରେ ନାଗରାଜର ଗଳା ଫୁଲିବାରୁ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଅମିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାଗରାଜ ସୁସ୍ଥ ରହିବା ସହ ଚଲା ବୁଲା କରୁଥିଲା। ହେଲେ ଆଜି ଚିକିତ୍ସାବେଳେ ଡାକ୍ତର ଇଂଜେକସନ ଦେବା ପରେ ହଠାତ ଅସୁସ୍ଥ ହୋଇ ନାଗରାଜ୍‌ଙ୍କ ମୃତ୍ୟୁ ହୋଇଥିଲା। ଭୁଲ ଇଂଜେକସନ ଯୋଗୁ ପିଲାର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like