କୋଭିଡ ମେଡିକାଲରେ ଅବ୍ୟବସ୍ଥା: ଅକ୍ସିଜେନ୍ ନଦେବାରୁ ଚାଲିଗଲା ରୋଗୀର ଜୀବନ

ଗଞ୍ଜାମ: ପୁଣି ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା। ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍। ଏମିତିକି ଡାକ୍ତର ଆସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ବେଡ୍‌ରେ ପଡ଼ି ପଡ଼ି ରୋଗୀର ଜୀବନ ଚାଲିଗଲା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲ-୨ ବିରୋଧରେ।

ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ ବିଡିଏ କର୍ମଚାରୀ ପଙ୍କଜ ବେହେରା ଦୁଇ ଦିନ ହେଲା ଜ୍ୱରରେ ପୀଡ଼ିତ। ଥିଲେ ତାଙ୍କ ପୁଅ କିଶୋର ଡାକ୍ତରଙ୍କ ପରାମର୍ଶ ନେବାକୁ ସିଟି ହସପିଟାଲ ଫିଭର କ୍ଲିନିକକୁ ଆଣିଥିଲେ। ସେଠାରେ କୋଭିଡ ଟେଷ୍ଟ କରିବା ପରେ ପଙ୍କଜଙ୍କ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଅକ୍ସିଜେନ୍ ଦେବା ପାଇଁ ଡାକ୍ତର ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ନେବାକୁ କିଶୋରଙ୍କୁ କହିଥିଲେ। ସେଠାକୁ ନେବା ପରେ ରୋଗୀଙ୍କୁ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ରୋଗୀଙ୍କ ପାଇଁ ଷ୍ଟ୍ରେଚର ମିଳି ନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

 

You might also like