କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ; ରୋଗୀଙ୍କ ସମେତ ୩ ମୃତ

କଟକ: କଟକ ଟାଙ୍ଗୀର ବନ୍ଦାଳୋ ଟୋଲ୍‌ଗେଟ୍ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ରୋଗୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି। ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଛି।

ପଶ୍ଚିମବଙ୍ଗରୁ ରୋଗୀଙ୍କୁ ନେଇ ଆସୁଥିବା ବେଳେ ବନ୍ଦାଳୋ ଟୋଲ୍‌ଗେଟ୍ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇଥିଲା। ଫଳରେ ରୋଗୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛିି।

You might also like