ଆସନ୍ତା ୩୧ ଯାଏ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ପ୍ରାଣଘାତୀ କରୋନାରେ ଜଣଙ୍କ ପରେ ଜଣଙ୍କ ଜୀବନ ଚାଲି ଯାଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ଓ ସଚେତନତା କରାଯାଉଛି।

ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ବୁର୍ଲା ସ୍ଥିତ ଡଃ ଏପିଜେ ଅବଦୁଲ୍‌ କଲାମ ଓ ଖଣ୍ଡପଡ଼ାରେ ଥିବା ପଠାଣି ସାମନ୍ତ ମ୍ୟୁଜିୟମ୍‌ ମଧ୍ୟ ଆସନ୍ତା ୩୧ ଯାଏ ବନ୍ଦ ରହିବ।

ସେହିପରି ନନ୍ଦନକାନନ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ। ଏହାସହ ଦେଶର ସବୁ ଚିଡ଼ିଆଖାନାର ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ରେ ପରିମଳ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

You might also like