ବ୍ୟବହାର ହୋଇପାରୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଜୟପୁର(ଟି.ଗୌରୀଶଙ୍କର): ଯାତ୍ରୀଙ୍କ ଜରୁରୀ ସୁବିଧା ପାଇଁ ସରକାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ଯୋଜନା କରିଛନ୍ତି। ଆଉ ଯୋଜନା ଅନୁସାରେ, ରାଜ୍ୟର କିଛି ଅଞ୍ଚଳର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି। ହେଲେ କେଉଁଠି ଏହା ବ୍ୟବହାର ହୋଇପାରୁନି ତ ପୁଣି କେଉଁଠି ପ୍ରଶାସନିକ ଅବହେଳାରୁ ଏହାର ନିର୍ମାଣ ହୋଇପାରିନାହିଁ।

କୋରାପୁଟ ଜିଲ୍ଲା ଡୁମୁରିପୁଟର ଜାତୀୟ ରାଜପଥ-୨୬ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ନବନିର୍ମାଣ କରାଯାଇଛି। ଲକ୍ଷାଧିକ ଟଙ୍କାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏଯାଏ ତାହା ବ୍ୟବହାର ଉପଯୋଗୀ ହୋଇପାରିନାହିଁ।

ସେହିପରି ଜିଲ୍ଲାର ଲମତାପୁଟ ବ୍ଲକ୍‌ର ହାଣ୍ଡିପୁଟ ଛକରେ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଜିଲ୍ଲାର ଦୁଇଟି ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇ ବ୍ୟବହାର ଉପଯୋଗୀ ହୋଇପାରିନାହିଁ।

ଅନ୍ୟପଟେ ଜିଲ୍ଲାର ଜୟପୁର ଓ କୋଟପାଡ଼ରେ ପ୍ରସ୍ତାବିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଜମିକୁ ନେଇ ରାସ୍ତା ଓ ଗୃହନିର୍ମାଣ ବିଭାଗ ଏବେ ଚିନ୍ତାରେ ପଡ଼ିଛି। ଏହି ଦୁଇଟି ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇପାରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଯାତ୍ରୀଙ୍କ ଜରୁରୀ ସୁବିଧା ପାଇଁ ସରକାର ୨୦୧୫ ମସିହାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରିଥିଲେ।  ଜୟପୁର ଓ କୋଟପାଡ଼ରେ ପ୍ରସ୍ତାବିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବାରମ୍ବାର ଚିଠି କରିଥିଲେ। ପ୍ରଶାସନ ନିକଟରୁ କୌଣସି ଉତ୍ତର ମିଳୁନଥିବା ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ସେମିତି କିଛି ଚିଠି ମୋ ନଜରକୁ ଆସିନି ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like