ଶୀତଳଷଷ୍ଠୀ ଉପରେ ଲକ୍‌ଡାଉନ୍‌ ପ୍ରଭାବ

ସମ୍ବଲପୁର: ଦେବ ଦେବ ମହାଦେବଙ୍କ ବିବାହରେ ମଧ୍ୟ କରୋନା ଲକ୍‌ଡାଉନ୍‌ର ପ୍ରଭାବ ପଡ଼ିଛି। ଏଥର ଶିବ-ପାର୍ବତୀଙ୍କ ବିବାହ ଧୁମ୍‌ଧାମରେ ହେବ ନାହିଁ, ବରଂ ନିରାଡ଼ମ୍ବର ଭାବେ ହେବ। ଆଜି ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ଉତ୍ସବ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ନିର୍ବନ୍ଧ  ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ସଂଧ୍ୟାରେ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରି ପାର୍ବତୀଙ୍କ ଘରେ ପହଞ୍ଚିଥିଲା।

ଆଗ ବର୍ଷ ପରି ଏହି ଶୋଭାଯାତ୍ରା ଏକ ଜାକଜମକରେ ହେଉ ନାହିଁ। ବରଂ ଲକ୍‌ଡାଉନ୍ ନିୟମ ଯୋଗୁଁ ନିରାଡମ୍ବର ଭାବେ ହେଉଛି ସବୁ କିଛି। ନୀତି, ପରମ୍ପରାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି।  ସପ୍ତଋଷି ପଣ୍ଡିତ ମଣ୍ଡଳୀ ସଂଧ୍ୟାରେ ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ଉଭୟ ପକ୍ଷ ବର ଓ କନ୍ୟାର ଗୁଣ ବର୍ଣ୍ଣନା କରାଯାଇଥିଲା। ବିବାହ ପାଇଁ ସମ୍ମତି ପ୍ରକାଶ ପରେ ମହାଦେବ ଓ ପାର୍ବତୀଙ୍କ ମଧ୍ୟରେ ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଛି।

 

 

You might also like