ଜନତା କର୍ଫ୍ୟୁ ପାଇଁ କମିଶନରେଟ ପୁଲିସର ପାସ୍ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁ ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଛି। ଜରୁରୀକାଳିନ କାର୍ଯ୍ୟ ପାଇଁ ଯଦି, କେହି ବ୍ୟକ୍ତି ପୋଲିସକୁ ଏସମ୍ପର୍କରେ ଜଣାନ୍ତି, ତେବେ ତାଙ୍କୁ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଲୋକେ ୧୦୦ ନମ୍ବରକୁ କଲ୍ କରି ଏସମ୍ପର୍କରେ ଜଣାଇ ପାରିବେ। ନଚେତ୍ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ବା ଇନ୍ସପେକ୍ଟରଙ୍କ ଠାରୁ ପାସ୍ ପାଇ ପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହ୍ୱାନ କ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଲାଗୁ ହୋଇଛି।
ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଯାଜପୁର, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ସମେତ ଅନ୍ୟ ଅଞ୍ଚଳରେ ଲୋକେ ଜନତା କର୍ଫ୍ୟୁ ପାଳନ କରୁଛନ୍ତି। ସ୍ୱଇଛାରେ ଲୋକେ ଘରୁ ବାହାରୁ ନାହାଁନ୍ତି। ପୂରା ଦେଶ ଆଜି ମୋଦିଙ୍କ ଆହ୍ୱାନ କ୍ରମେ କର୍ଫ୍ୟୁକୁ ପାଳନ କରୁଛି। କାଁ ଭାଁ କିଛି ଗାଡ଼ିକୁ ଛାଡ଼ି ଦେଲେ ରାସ୍ତାଘାଟ ପୂରା ଶୂନଶାନ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କିଛି ଲୋକ ବାହାରକୁ ବାହାରିଛନ୍ତି। ସେହିଭଳି ଦୋକାନ ବଜାର ବନ୍ଦ ରହିଛି। ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିଥିବା ବେଳେ ବାକି ସବୁ ବନ୍ଦ।

 

You might also like