ଏଣିକି ବାହାରେ ଗାଡ଼ି ଚଳାଇବା ପାଇଁ ପାସ୍ ଜରୁରୀ

ଭୁବନେଶ୍ୱର: ଲକଡାଉନ ସମୟରେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପାସ୍ ଜରୁରୀ। ଅତ୍ୟାବଶ୍ୟକ କାମ ପାଇଁ ଯାଉଥିବା ଲୋକ ଜଣାଇଲେ ପୁଲିସ ପାସ୍ ଦେବ। ଅନ୍ୟ ସମସ୍ତ ଅନୁମତିପ୍ରାପ୍ତ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପାସ୍ ଜରୁରୀ। ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ହସ୍ପିଟାଲ, ଗଣମାଧ୍ୟମ ପାଇଁ ପାସ୍ ଲାଗୁ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

କରୋନା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଲକ୍‌ଡାଉନ୍ ବେଳେ ଗାଡ଼ି ଚଳାଚଳ ନେଇ ସିପି ସୁଧାଂଶୁ ଷଡଙ୍ଗୀ ସୂଚନା ଜାରି କରିଛନ୍ତି।


ନିକଟସ୍ଥ ଥାନାରୁ ଅନୁମତିପ୍ରାପ୍ତ ସଂସ୍ଥା କର୍ମଚାରୀଙ୍କ ପାଇଁ ପାସ୍ ଇସୁ ହେବ। କର୍ମଚାରୀ, ଗାଡ଼ି ବିବରଣୀ ଓ ଯିବା ଆସିବା ରାସ୍ତା ନେଇ ସୂଚନା ଦେବ ସଂସ୍ଥା।

ସାଧାରଣରେ କର୍ଫ୍ୟୁ ପାସ ଥାନାରେ ମିଳିବ ନାହିଁ ବୋଲି ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରିଛନ୍ତି। କେବଳ କଟକଣାରୁ ବାଦ୍ ପଡିଥିବା ଜରୁରୀ ସେବା କ୍ଷେତ୍ରରେ ପାସ୍ ଦିଆଯାଉଛି। ଏପରିକି ପାସ୍ ନଥିଲେବି ସମ୍ପୃକ୍ତ ଅର୍ଗାନାଇଜେସନର ଆଇଡେଣ୍ଟି କାର୍ଡ ଦେଖାଇ ଯାଇପାରିବେ ପାସ୍ ପାଇଁ ଅଯଥା ଥାନାକୁ ଦୌଡ଼ିବାକୁ ସିପି ମନା କରିଛନ୍ତି।

You might also like