ଖୁବ୍‌ ଶୀଘ୍ର ଏହି ରୁଟ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍

ପାଟକୁରା: ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍‌ ଚାଲିବ।

ମାଲ୍‌ବାହୀ ଟ୍ରେନ୍‌ ଗଡ଼ିବା ପରେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଯୋଜନା ଚାଲିଛି।

ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏହି ସୂଚନା ଦେଇଛନ୍ତି।

You might also like