ବସ୍‌ ଷ୍ଟାଣ୍ଡରେ ବସିଛନ୍ତି ଯାତ୍ରୀ

 ଓଡ଼ିଶା ବନ୍ଦର ପ୍ରଭାବ

ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଭୁବନେଶ୍ୱର ବରମୁଣ୍ଡାରେ ସକାଳୁ ଅଟକି ରହିଛନ୍ତି ।

ସମ୍ବଲପୁର, କୋରାପୁଟ୍ ଓ ରାଉରକେଲା ଭଳି ଦୂର ଜାଗାରୁ ଆସିଥିବା ଯାତ୍ରୀ ବଡ଼ି ଭୋରରୁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି ।ହେଲେ ସେଠାରୁ ସେମାନେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ପାରୁ ନାହାନ୍ତି। ଅପରପକ୍ଷେ ଆବଶ୍ୟକ ସୁବିଧା ନଥିବାରୁ ଛୋଟ ଛୋଟ ପିଲା ଓ ମହିଳାମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଭଦ୍ରକରେ ରାଜପଥ ଅବରୋଧ ଯୋଗୁଁ କୋଲକାତାରୁ ଆସୁଥିବା ବସ୍‌ଗୁଡିକ ମଝି ରାସ୍ତାରେ ଅଟକି ରହିଛି ।  ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ଷ୍ଟେସନ ଓ ଏୟାରପୋର୍ଟ ଯାଇନପାରି ହଇରାଣ ହୋଇଛନ୍ତି । କେତେକ ଲୋକ ମଧ୍ୟ ନିଜ ଫ୍ଲାଇଟ ମିସ୍ କରିଥିବା ଅଭିଯୋଗ କରିଛନ୍ତି ।

You might also like