ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

ସମ୍ବଲପୁର(ସଞ୍ଜୟ ଜେନା): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ମାନେଶ୍ୱର ଓ ସିଟି ଷ୍ଟେସନ୍ ମଧ୍ୟରେ ଟ୍ରେନ୍‌ର ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା।

ଏହା ଜଣାପଡ଼ିବା ପରେ ଟ୍ରେନ୍‌କୁ ଅଟକା ଯାଇଥିଲା। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା।

ଠିକ୍ ସମୟରେ ଉଚିତ ପଦକ୍ଷେପ ଯୋଗୁ ଯଦିଓ ଏକ ବଡ଼ ଅଘଟଣକୁ ରୋକା ଯାଇ ପାରିଥିଲେ ମଧ୍ୟ ରେଳ ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

You might also like