ଚିକିତ୍ସା ପାଇଁ ବିମାନରେ ବେଙ୍ଗାଲୁରୁ ଯାଉଥିଲେ; ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ, ଆଉ ତା’ପରେ…

ଭୁବନେଶ୍ୱର: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଆଉ ତା’ପରେ ଯାତ୍ରୀ ଜଣଙ୍କୁ ତାଙ୍କୁ ହସ୍ପିଟାଲ୍‌ରେ ନିଆଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗ ମାଲଦାର ରାଜକୁମାର କର୍ମକାର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ୩୨ ବର୍ଷୀୟ ରାଜକୁମାର ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆଜି ଇଣ୍ଡିଗୋର ଏକ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯାଉଥିଲେ। ତେବେ ହଠାତ୍‌ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ରାଜକୁମାରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।  ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like