ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ MEMU ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍।

ଭୁବନେଶ୍ୱର-କେନ୍ଦୁଝରଗଡ଼ MEMU ଟ୍ରେନ୍‌ ମାର୍ଚ୍ଚ ୩୦ରୁ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର MEMU ଟ୍ରେନ୍ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ଦିନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ପୁରୀ-ଅନୁଗୁଳ MEMU ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ। ଅନୁଗୁଳ-ପୁରୀ MEMU ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ସକାଳ ୧୦ଟା ୨୦ରେ ପୁରୀରେ ପହଞ୍ଚିବ।

ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୧ ରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ସକାଳ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ଏବଂ ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅପରାହ୍ଣ ୪ଟାରେ ହାଟିଆରୁ ବାହାରି ପରଦିନ ସକାଳ ୬ଟା ୧୦ରେ ପୁରୀରେ ପହଞ୍ଚିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୩ ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ରେ ପୁରୀରେ ପହଞ୍ଚିବ ଏବଂ ଅପରାହ୍ଣ ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୧୦ରେ ସମ୍ବଲପୁରରେ ପହଞ୍ଚିବ। ପୁରୀ-ପାରାଦୀପ-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଏପ୍ରିଲ ୭ରୁ ସକାଳ ୬ଟା ୧୫ରେ ପୁରୀରୁ ବାହାରି ସକାଳ ୧୦ଟା ୧୫ରେ ପାରାଦୀପରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଟାରେ ପାରାଦୀପରୁ ଛାଡ଼ି ରାତି ୧୦ଟା ୧୦ରେ ପୁରୀରେ ପହଞ୍ଚିବ।

You might also like