ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ବସ୍

ଦୁଇ ଜଣ ଯାତ୍ରୀ ମୃତ, ୧୫ ଜଣ ଆହତ

ଚୌଦ୍ୱାର : କଟକ ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଗୁଳରୁ କଟକ ଅଭିମୁଖେ ଆସୁଥିବା ନୀଳକଣ୍ଠ ନାମକ ଘରୋଇ ବସ୍‌ଟି କଜଳକଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ରାସ୍ତାରେ ଏକ ବାଲିଗଦା ଉପରେ ଚଢ଼ି ଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଗତ ନଭେମ୍ବର ୨୦ରେ ମଧ୍ୟ ଏକ ଯାତ୍ରୀବାହୀ ବସ୍ କଟକ ମହାନଦୀ ପୋଲ ତଳକୁ ବସ୍ ଖସିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

 

You might also like