ବଢ଼ିବ ପାର୍କିଂ ଫି’ ! ଜାଣନ୍ତୁ କେତେ ସମୟ ପାର୍କିଂ କଲେ କେତେ ଟଙ୍କା ଦେବାକୁ ପଡ଼ିବ

ଭୁବନେଶ୍ୱର: ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷ ଭୁବନେଶ୍ୱରରର ୩୨ ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି।

ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ୍ ରଖିଲେ ୫ ଟଙ୍କା, କାର୍‌ ପାଇଁ ୨୦ ଟଙ୍କା ଓ ୪ ଚକିଆ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ୨ରୁ ୩ ଘଣ୍ଟା ପାର୍କିଂ କଲେ ବାଇକ୍‌ ପାଇଁ ୧୫ଟଙ୍କା, ୩ ଚକିଆ ଯାନ ପାଇଁ ୨୦ ଟଙ୍କା, ଚାରି ଚକିଆ ପାଇଁ ୪୦ ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ।

୩ରୁ ୪ ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍‌ ଚାଳକଙ୍କୁ ୨୫ ଟଙ୍କା, ତିନି ଚକିଆ ଯାନ ପାଇଁ ୩୫ ଟଙ୍କା, ଚାରି ଚକିଆ ଯାନ ପାଇଁ ୬୦ ଟଙ୍କା ଓ ଭାରୀ ଯାନ ପାଇଁ ୭୫ଟଙ୍କା ଦେବାକୁ ହେବ। ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଅତିରିକ୍ତ ୨୦ ଟଙ୍କା ହିସାବରେ ଦେବାକୁ ପଡ଼ିବ। ସାଇକେଲ ପାଇଁ କୌଣସି ପାର୍କିଂ ଫି ଦେବାକୁ ପଡିବ ନାହିଁ।

You might also like