ରାସ୍ତା କଡ଼ରେ ଥୁଅା ହୋଇଥିଲା କାର୍, ହଠାତ୍ ନିଅାଁ ଲାଗି ଜଳିଗଲା
ଖୋର୍ଦ୍ଧା: ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଜଳିଗଲା କାର୍। ରାସ୍ତା କଡ଼ରେ ଥୁଅା ହୋଇଥିବା କାର୍ରେ ନିଆଁ ଲାଗି ଜଳିଗଲା। ତେବେ କାରଟି ଜଳିବା ଅବସ୍ଥାରେ ସେଥିରେ କେହି ନଥିଲେ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ତେବେ ଗାଡିଟି ସ୍ଥାନୀୟ ମଠସାହି ଅଂଚଳର ବୋଲି ଜଣାପଡିଛି। ତେବେ କେମିତି ନିଆଁ ଲାଗିଲା ବା କେହି ଲଗାଇଦେଲେ, ତାହା ସ୍ପଷ୍ଟ ହୋଇନି।