ନାଚଗୀତରେ ଜମିଲା ପାର୍କ ଉତ୍ସବ

ଭୁବନେଶ୍ୱର: ଦିନେ ଭୁବନେଶ୍ୱରବାସୀଙ୍କ ଆଖିରୁ ରବିବାର ସକାଳ ନିଦ ହଜେଇ ଦେଇଥିଲା ପଥ ଉତ୍ସବ। ନାଚ, ଗୀତ, ଖେଳକୁଦରେ ରାଜଧାନୀର ରାଜରାସ୍ତା କମ୍ପୁଥିଲା। ହେଲେ ଅନେକ ଦିନ ହେଲା ବନ୍ଦ ହୋଇଯାଇଥିଲା ଏଇ ପଥ ଉତ୍ସବ। ଏବେ ଆରମ୍ଭ ହୋଇଛି ପାର୍କ ଉତ୍ସବ।

ଆଜି  ସକାଳ ରାଜଧାନୀରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି ପାର୍କ ଉତ୍ସବ।  ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ  ପ୍ରତି ରବିବାର ସକାଳ ୭ଟାରୁ ହେବ।  ସହରର ଇନ୍ଦିରାଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମହାତ୍ମାଗାନ୍ଧି ପାର୍କ, ନିକୋ ପାର୍କ, ମଧୁସୂଦନ ପାର୍କ, ବୁଦ୍ଧ ପାର୍କରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଆଜିର ପାର୍କ ଉତ୍ସବରେ ପଥ ଉତ୍ସବ ଭଳି ଏଥିରେ ମଧ୍ୟ ନାଚ ଗୀତ ସାଙ୍ଗକୁ ଷ୍ଟୋରୀ ଟେଲିଂ, ପେଣ୍ଟିଂ,ସାଇକେଲିଂ ଆଦି  ଅନୁଷ୍ଠିତ ହୋଇଥିଲା।

ଏଥିସହ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ନ କରିବା, ସାଇକେଲିଂ କରିବା, ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ସଚେତନ କରା ଯାଇଥିଲା। ଭୁବନେଶ୍ୱରରେ ବହୁତ ବଡ଼ ପାର୍କ ଅଛି। ଲୋକେ ବି ମର୍ଣ୍ଣିଂ ୱାକ କରିବାକୁ ଆସୁଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହ ଏସବୁ ଦିଗରେ ସଚେତନ କରିବା ପାଇଁ ଏହି ପାର୍କ ଉତ୍ସବ ଆରମ୍ଭ ହୋଇଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

You might also like