ପାର୍କ ଯିବା ସମୟରେ ପରିବର୍ତ୍ତନ; ବୟସ ଅନୁସାରେ ଲାଗିଲା କଟକଣା

ଭୁବନେଶ୍ୱର: ମହାନଗର ନିଗମ ଅଧିନରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ ହୋଇଛି। ଏଥିସହିତ ପାର୍କରେ ପ୍ରବେଶ ନେଇ ବୟସ ଅନୁସାରେ କଟକଣା ଲଗାଯାଇଛି। ଏଣିକି ସକାଳ ୫ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ପାର୍କ। ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲିବ।

ସକାଳ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପାର୍କ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ ଯିବାକୁ ବାରଣ କରାଯାଇଛି।

ସେହିଭଳି ସକାଳ ୫ରୁ ୭ଟା ବ୍ୟତୀତ ଅନ୍ୟ ସମୟରେ ବୟସ୍କ ଲୋକଙ୍କୁ ପାର୍କ ଯିବାକୁ ମନା ରହିଛି। ଶନିବାର ଓ ରବିବାର ଶଟ୍‌ଡାଉନ୍‌ରେ ପାର୍କ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

You might also like