୨୦ରୁ ପରୀ ପଦଯାତ୍ରା କରିବ ବିଜେପି : ଜାଣନ୍ତୁ କେଉଁଠୁ ଆରମ୍ଭ ହେବ ପଦଯାତ୍ରା
୨୦ ତାରିଖରୁ ପରୀ ପଦଯାତ୍ରା ଆରମ୍ଭ କରିବ ବିଜେପି
ଭୁବନେଶ୍ୱର : ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୦ ତାରିଖରୁ ପରୀ ପଦଯାତ୍ରା ଆରମ୍ଭ କରିବ ବିଜେପି। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଏକ ପ୍ରେସମିଟରେ ସେ କହିଛନ୍ତି ବିଜେପିର ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ପରୀର ଗାଁ ନୟାଗଡ଼ର ଯଦୁପୁର ଯିବ। ଏହି ପଦଯାତ୍ରାରେ ସାମିଲ ହେବାକୁ ବୁଦ୍ଧିଜୀବୀ, ଛାତ୍ର ସଂଗଠନ ତଥା ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ସମୀର ମହାନ୍ତି।
ଏହାସହ ସେ କହିଛନ୍ତି, ପରୀ ଘଟଣା ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି। ଅରୁଣ ସାହୁଙ୍କ ଭାଇରାଲ ଅଡିଓର ତଦନ୍ତ ହେଲାନି କି ତାଙ୍କୁ ବରଖାସ୍ତ କଲେନି। କେବଳ ପରୀ ନୁହେଁ, ୨ ବର୍ଷରେ ୫ ହଜାର ୫୦୩ ଶିଶୁ ନିଖୋଜ ଅଛନ୍ତି। ବିଜେଡି ନେତାଙ୍କ ପାଇଁ ଏହା ଛୋଟ ଘଟଣା ହୋଇପାରେ କିନ୍ତୁ ଏହା ଚିନ୍ତାଜନକ। ୫ ହଜାର ୫୦୦ ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ଚେଷ୍ଟା କରିବ ବୋଲି କହିଛନ୍ତି, ସମୀର ମହାନ୍ତି।