ପରୀ ହତ୍ୟା ମାମଲା: ୧୨ ଘଣ୍ଟା ଜେରା ପରେ ସରୋଜଙ୍କ ମାଆ ଓ ଭଉଣୀଙ୍କୁ ଛାଡ଼ିଲା SIT

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଗତକାଲି ଉଠାଇ ନେଇଥିବା ସରୋଜ ସେଠୀଙ୍କ ମାଆ ଓ ଭଉଣୀଙ୍କୁ  ଛାଡ଼ିଦେଇଛି SIT। ୧୨ ଘଣ୍ଟାର ପଚରାଉଚରା ଓ ଲାଏ ଡିଟେକ୍ସନ ପରେ ସେମାନଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି।

ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ନେଇ ସରୋଜଙ୍କ ଭଉଣୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଛି ବୋଲି ସେ କହିଛନ୍ତି। ତେବେ ମାଆ ଓ ଭଉଣୀଙ୍କୁ ଛାଡ଼ି ଦେଇଥଲେ ବି ଏବେ ବି ସରୋଜକୁ ଅଟକ ରଖିଛି SIT ।

ସୂଚନା ଥାଉକି ଗତକାଲି ମଧ୍ୟ ପରୀ ହତ୍ୟା ମାମଲାରେ SIT ୩ ଜଣଙ୍କୁ ଉଠାଇ ନେଇଥିବାର ସୂଚନା ମିଳିଥିଲା। ନୟାଗଡ଼ ସଦର ଥାନା ଅନ୍ତର୍ଗତ ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିଲା SIT। ପରେ ସମସ୍ତଙ୍କୁ SIT ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ସରୋଜଙ୍କର ପରୀର ହତ୍ୟାରେ କୌଣସି ସଂପୃକ୍ତି ନ ଥିବା ସେ ପୂର୍ବରୁ କହିଥିଲେ। ତେବେ ସରୋଜଙ୍କ ପ୍ରତିକ୍ରିୟାର ମାତ୍ର୨ ଦିନ ପରେ SIT ତାଙ୍କୁ ଉଠାଇ ନେଇଥିଲା।

ତେବେ ଏହା ପୂର୍ବରୁ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ ସରୋଜ। ମାମଲାକୁ ପୂରା ନିଜ ନାଁରେ ନେବା ପାଇଁ କହିବା ସହ ଟଙ୍କା ଯାଚିଥିବା ସରୋଜ ଗଣମାଧ୍ୟମକୁ କହିଥିଲେ। ଏହାସହ ତାଙ୍କ ପରିବାରର କିଛି ହେଲେ, ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ ବୋଲି କହିଥିଲେ ସରୋଜ।

ସରୋଜଙ୍କ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଥିଲା ଓଡ଼ିଶା ପୋଲିସ ସରୋଜଙ୍କ ଏପରି ବୟାନ ଓ  ଅଭିଯୋଗ ଟିମକୁ ହତୋତ୍ସାହ କରିବ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଥିଲା। ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି ଓଡ଼ିଶା ପୋଲିସ କହିଛି।

You might also like