ପରୀ ହତ୍ୟାର ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି: ହାଇକୋର୍ଟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଛନ୍ତି ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ SIT ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

ଗତକାଲି ମୁଦା ଲଫାପାରେ ଏସ୍ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ପ୍ରାଥମିକ ରିପୋର୍ଟ। ଏଥିରେ ମାମଲାର ମୋଡ଼ ବଦଳିଗଲା ଭଳି ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହତ୍ୟା ପୂର୍ବରୁ ପୀଡ଼ିତାର ଶରୀର ଉଲଗ୍ନ ଥିଲା। ସାଇଣ୍ଟିଫିକ୍ ପରୀକ୍ଷଣରୁ ପୀଡ଼ିତା ପୋଷାକରୁ ସିମେନ୍‌ର ଦାଗ ମିଳିଥିଲା। ତେଣୁ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି।

You might also like