ପରୀ ହତ୍ୟା ମାମଲା: ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣି ସାହୁ ନିଲମ୍ବିତ
ଭୁବନେଶ୍ୱର: ପରୀକୁ ମାରିଲା କିଏ ? ତାକୁ ନେଇ ଜାରି ରହିଥିବା ଖୋଳତାଡ଼ ଭିତରେ ନୟାଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣି ସାହୁଙ୍କୁ ନିଲମ୍ବନ କରାଯାଇଛି।
ସେହିପରି ନୟାଗଡ଼ SDPO ନିରଞ୍ଜନ ପାଢୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ଉଭୟ ଅଧିକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ସଂପୃକ୍ତ ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ପରୀର ମା ସୌଦାମିନୀ। ଏପରିକି ମାଡ଼ ମାରିବା ସହ ଧମକ ଦେଇଥିବା ମଧ୍ୟ ସୌଦାମିନୀ ଅଭିଯୋଗ ଆଣିଥିଲେ। ତେବେ କେଉଁ କାରଣରୁ ଏହି ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।