• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ଜବରଦସ୍ତ ଝଟକା। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SITକୁ ବଡ଼ ଝଟକା ଲାଗିଛି। ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକ୍ସୋ କୋର୍ଟ। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍‌ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ତେବେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ।

ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ବୋଲି କୋର୍ଟ ଦର୍ଶାଇଛନ୍ତି। ଅଭିଯୁକ୍ତ ନାବାଳକ ହୋଇଥିବାରୁ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଛନ୍ତି କୋର୍ଟ। ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି।

https://www.youtube.com/watch?v=_UQePWBNGqY

ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ପୋକ୍ସେ କୋର୍ଟରେ ହାଜର ହୋଇ ବାହାରିବା କହିଥିଲେ ଯେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଅଭିଯୁକ୍ତ ଗଣମାଧ୍ୟମକୁ କହିଥିଲେ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି।

ତେବେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଉଠିଛି ବଡ଼ ପ୍ରଶ୍ନ। ନାବାଳିକା ଫ୍ରକ୍‌ରୁ ମିଳିଥିବା ସିମେନ୍ କାହାର ? ଏ ପ୍ରଶ୍ନ ଏଇଥିପାଇଁ ଉଠିଛି ଯେ ଫୋରେନ୍ସିକ୍ ଯାଞ୍ଚରୁ  ଜବତ ଫ୍ରକ୍‌ରେ ହ୍ୟୁମାନ୍ ସିମେନ୍‌ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ଏଭଳି ନଷ୍ଟ ହୋଇଯାଇଛି ଯେ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି। ତେଣୁ ସିମେନ ଅଭିଯୁକ୍ତର ନା କାହାର ସେ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।

ସମ୍ପୃକ୍ତ ନାବାଳିକା ନିଖୋଜର ୧୦ ଦିନ ପରେ ପରୀର ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ  ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।

ଆଉ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ତେବେ ଜବତ ଫ୍ରକ୍‌ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ତେଣୁ ଏଭଳି ସ୍ଥିତିରେ ଏସ୍‌ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତର ତାହା କିଭଳି ପ୍ରମାଣିତ ହେବ ତାହା ହିଁ ବଡ଼ ଚ୍ୟାଲେଞ୍ଜ ହୋଇ ଏବେ ଠିଆ ହୋଇଛି।

ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ନାବାଳିକା ମାମଲାର ତଦନ୍ତଭାର ସିବିଆଇକୁ ଦେଇଦେବା ଉଚିତ୍ ବୋଲି ଢେଙ୍କାନାଳରେ ଚାଷୀ ସମାବେଶରେ ଯୋଗ ଦେଇ କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନାବାଳିକା ହତ୍ୟା ଘଟଣାର ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ନାବାଳିକାର ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲା। ତେଣୁ ଭଲ ହେବ, ରାଜ୍ୟ ସରକାର ଏହାର ତଦନ୍ତ ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦିଅନ୍ତୁ। ନାବାଳିକାର ମାଆ ବାପାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେବା ଉଚିତ ହେବ ବୋଲି ଧର୍ମେନ୍ଦ୍ର ଦାବି କହିଛନ୍ତି।

Pari-murder-breaking-pocso-court-rules-accused-saroj-sethi-as-minor
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories