ଟଙ୍କା ନୁହେଁ, ଝିଅ ପାଇଁ ନ୍ୟାୟ ମାଗିଲେ ପରୀର ମା’

ଭୁବନେଶ୍ୱର: ପରୀ ମାମଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ କହିଛନ୍ତି। ହେଲେ ଏପରି ସହାୟତାକୁ ଅଗ୍ରାହ୍ୟ କରିଛନ୍ତି ପରୀର ମା’ ସୌଦାମିନି ସାହୁ।

ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ  ୧୦ ଲକ୍ଷ ଟଙ୍କାର ସହାୟତାକୁ ନାପସନ୍ଦ କରି ପରୀର ମା’ ସୌଦାମିନୀ କହିଛନ୍ତି ଏହା ମନ୍ତ୍ରୀଙ୍କର ଏକ ଚକ୍ରାନ୍ତ । ତାଙ୍କ ଝିଅକୁ ନ୍ୟାୟ ଦେବାପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିବେ । କୌଣସି ଅର୍ଥ ଲାଳସାରେ ସେ ପ୍ରଲୋଭିତ ହେବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୌଦାମିନୀ ।

ଅନ୍ୟପଟେ ନୟାଗଡ଼ ଏସ୍‌ପି ଏବଂ ଜିଲ୍ଲାପାଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ପରୀର ବାପା ମାଆ।

ପରିବାର ଲୋକେ ଅଭିଯୋଗ କରିଛନ୍ତି, ଦୀର୍ଘ ୪ ମାସ ବିତିଗଲା। ହେଲେ ଆମ ପରୀକୁ ନ୍ୟାୟ ମିଳିଲା ନାହିଁ। ଘଟଣାର ସିବିଆଇ ତଦନ୍ତ ହେଉ। ଯେଉଁମାନେ ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ତଦନ୍ତ ପରିସରଭୁକ୍ତ କରାଯାଉ। ଏସ୍‌ପି, କଲେକ୍ଟର ଅବହେଳା କରି ଆସ କେସ୍‌କୁ  ଚାପି ଦାଇଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଘଟଣାର ଚାପି ଦେଇଛନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ପରୀର ବାପା।

ଅନ୍ୟପକ୍ଷେ ପରୀର ମା’ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଆମ ଝିଅକୁ ମାରିଦେଲେ। ତା’ ପରେ ବି ଆମ ଉପରେ ଆକ୍ରମଣ କଲେ। ଏତେ ସବୁ ଘଟଣା ଘଟିଲା ପରେ ଏସପି, କଲେକ୍ଟରଯ କେମିତି ଚୁପ୍‌ ହୋଇ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ଉପରେ କିଏ ଚାପ ପକାଇଛନ୍ତି ? ତେବେ ଟଙ୍କା ନେଇ ଆମେ ଚୁପ୍‌ ହୋଇ ବସିବୁ ନାହିଁ। ଆମର ଟଙ୍କାର ଦରକାର ନାହିଁ,  ଆମେ ଝିଅ ପାଇଁ ନ୍ୟାୟ ମାଗୁଛୁ ବୋଲି କହିଥିଲେ ପରୀର ମା’। ଏହି ଘଟଣାରେ ମନ୍ତୀଙ୍କ ହାତ ନିଶ୍ଚୟ ଅଛି ବୋଲି ସେ କହିଛନ୍ତି।

 

You might also like