ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବାପା, ମାଅାଙ୍କ ପ୍ରେସମିଟ୍

ଫୁଲବାଣୀ: ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓ ଘଟଣାରେ ମୁହଁ ଖୋଲିଛନ୍ତି ଦେବେନ୍ଦ୍ରଙ୍କ ବାପା ମାଆ। ପୁଅର ରାଜନୈତିକ ଭବିଷ୍ୟତ ନଷ୍ଟ ପାଇଁ ଉଦ୍ୟମ କରାଯାଉଥିବା ନେଇ ଏକ ପ୍ରେସ୍‌ମିଟ୍‌ରେ ଉଭୟ ଅଭିଯୋଗ କରିଛନ୍ତି।

ଭିଡିଓ ଡୁପ୍ଲିକେଟ କରାଯାଇ ଥାଇପାରେ, ତା’ସହ କିଛି ତୁଙ୍ଗ ବିଜେଡି ନେତାଙ୍କ ଏସବୁ ପ୍ରାୟୋଜିତ ଚାଲ୍ ବୋଲି ସେମାନେ କହିଛନ୍ତି। ଏହି ଭିଡିଓ ପାଇଁ ପରିବାରର ମାନହାନୀ ହୋଇଛି, ତେଣୁ ମାନବାଧିକାର କମିଶନକୁ ଯିବୁ ବୋଲି ସେମାନେ କହିଛନ୍ତି।  ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

You might also like