ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା

ଗଞ୍ଜାମ: ମେଡିକାଲରେ ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା। ଏଭଳି ଦୁଃଖଦ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁରେ। ମା’ ଘରେ ଓ ବାପା ନିକଟ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣା ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପାମା। ପୁଅ ବିନା ଯେମିତି ବଞ୍ଚିବା ଦୁର୍ବିସହ ମନେ ହେଲା ଦମ୍ପତିଙ୍କୁ। ଶେଷରେ ଆତ୍ମହତ୍ୟାର ଚରମ ପଥ ବାଛିନେଲେ ଦମ୍ପତି।

ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ଏହାର କିଛି ସମୟ ପରେ ବାପାର ମୃତ୍ୟୁ ଶରୀର ଜଙ୍ଗଲୁ ଉଦ୍ଧାର କରାଯାଇଥିବା ବେଳେ ଘରୁ ଉଦ୍ଧାର ହୋଇଥିଲା ମାଆର ମୃତଦେହ।

You might also like