ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ଓ କଲେଜ ନଖୋଲିବାକୁ ଦାବି କଲା ଅଧ୍ୟାପକ ସଂଘ। ଏନେଇ ଓଡ଼ିଶା ସରକାରୀ କଲେଜ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ସଂଘ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଅନ୍ତତଃ ଜୁଲାଇ ୩୧ ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ ସେମାନେ କହିବା ସହ ଏହା ପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସଂଗରୋଧ କେନ୍ଦ୍ର ହୋଇଥିବା ବେଳେ କିଭଳି କଲେଜ ଖୋଲିବ ସେନେଇ ଉଭୟ ପକ୍ଷଙ୍କ ଭିତରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ତେବେ ଆସନ୍ତାକାଲି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଥିଲା। ଆଜିର ଆଲୋଚନା ପରେ ସରକାର କଣ ନିଷ୍ପତ୍ତି ନେଇଛନ୍ତି ସେନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।