• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମୋହନା: ଯେଉଁମାନେ ଜନ୍ମ ଦେଇଥିଲେ ସେମାନେ ଶେଷରେ ସାଜିଲେ ମୃତ୍ୟୁଦାତା। ବାହାଘର ଭାଙ୍ଗିଯିବାରୁ ଦୁଇ ଝିଅଙ୍କୁ ବିଷ ପିଇବାକୁ କହିଲେ ବାପା ମା’। ଗଜପତି ଜିଲ୍ଲା ମୋହନା ଛେଳିଗଡ଼ରେ କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏହା ହିଁ ହେଉଛି ନିଷ୍ଠୁର ସତ୍ୟ।

ଦୁଇ ଝିଅଙ୍କୁ ହତ୍ୟା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ପୁଲିସ୍‌। ଏହି ମାମଲାରେ ତାଙ୍କ ଜ୍ୱାଇଁଙ୍କୁ ଅଟକ ରଖିଛି ପୁଲିସ। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କର ୫ଜଣ ଝିଅ। କୌଣସି କାରଣରୁ ତୃତୀୟ ଝିଅର ବାହାଘର ପ୍ରସ୍ତାବ ଭାଙ୍ଗିଯିବାରୁ ବିଷ ପିଇ ମରିଯିବାକୁ ବାପା ମାଆ କହିଥିଲେ। ଆଉ ବିଷ ପିଇ ମୃତ୍ୟୃ ହେବା ପରେ ଦୁହିଁଙ୍କୁ କୂଅକୁ ପିଙ୍ଗି ଦେଇଥିଲେ। ଏହି ଦୁଇ ଭଉଣୀଙ୍କ ମୃତ୍ୟୁ ପଛରେ ଭିଣୋଇଙ୍କ ଭୂମିକା ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ବାହାଘର ଭାଙ୍ଗିବା ପଛରେ ମୃତକଙ୍କ ଭିଣୋଇର ହାତ ଥିବା ମଧ୍ୟ ସନ୍ଦେହ କରୁଛି ପୁଲିସ।

ଏହା ପୂର୍ବରୁ ଅଭିଯୁକ୍ତ ବାପା ପୁଲିସକୁ କହିଥିଲେ ଯେ, ବାହାଘର ଭାଙ୍ଗିଯିବା ପରେ ସେମାନେ ମାନସିକ ଭାବେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପୁଲିସର ସନ୍ଦେହ ହେବାରୁ ସେ ଅଭିଯୁକ୍ତ ବାପାକୁ ଥାନାକୁ ନେଇ ଜେରା କରିଥିଲେ। ଶେଷରେ ଅଭିଯୁକ୍ତ ବାପା ଦୋଷ ସ୍ୱୀକାର କରିଛି।

Parents-arrested-for-killing-daughters
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories