ପାରଳାଖେମୁଣ୍ଡିରୁ ଶିଶୁ ନିଖୋଜ ଅଭିଯୋଗ
ପୁଣି ଶିଶୁ ନିଖୋଜ
ଗଜପତି: ପୁଣି ଶିଶୁ ନିଖୋଜ । ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି। ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଯାମ୍ମୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସାରା ରାଜ୍ୟରେ ନିତିଦିନ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଢେଙ୍କାନାଳରେ ମଧ୍ୟ ଜଣେ ଶିଶୁପୁତ୍ର ଗାଏବ ହୋଇଯାଇଥିଲା । ତେବେ ଆଜି ସକାଳୁ ତାହାର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ତେବେ କ୍ରମାଗତ ଭାବରେ ରାଜ୍ୟରେ ଏପରି ଭାବରେ ଶିଶୁପୁତ୍ର ଗାଏବ ଘଟଣା ଏବେ ଚର୍ଚ୍ଚାରେ ରହିଛି ।