ରାଜନୀତିରେ ଯୋଗ ଦେବେ ପାରଳା ରାଜକୁମାରୀ

ପାରଳାଖେମୁଣ୍ଡି : ସକ୍ରିୟ ରାଜନୀତିର ମଇଦାନକୁ ଓହ୍ଲାଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ସେ ନିଜେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି କହିଛନ୍ତି କଲ୍ୟାଣୀ ଦେବୀ।

ଚର୍ଚ୍ଚା ହେଉଛି ସେ ବିଜେଡିରେ ଯୋଗ ଦେବେ। ପ୍ରାଥମିକ ସ୍ତରରେ ଆଲୋଚନା ସରିଥିବା ବେଳେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ ପାଇଁ ଉପର ସ୍ତରରୁ ମଧ୍ୟ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି।

କଲ୍ୟାଣୀ ଦେବୀଙ୍କ ବାପା ଗୋପୀନାଥ ଗଜପତି କଂଗ୍ରେସ ଟିକଟରେ ଦୁଇ ଥର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ବାପାଙ୍କ ପ୍ରଭାବ ଓ ଗଜପତି ରାଜବଂଶର ପତିଆରାକୁ ପାଥେୟ କରି କଲ୍ୟାଣୀ ଦେବୀ ରାଜନୀତିକୁ ଆସୁଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

You might also like