ପାରଳାଖେମୁଣ୍ଡି ୩ ଦିନ ପାଇଁ ସଟ୍‌ଡାଉନ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସଟଡାଉନ୍। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସଟଡାଉନ୍ ଘୋଷଣା। ୩ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ସଂକ୍ରମଣ କିଭଳି ନ ବ୍ୟାପିବ, ସେନେଇ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ଏନେଇ ପାରଳାଖେମୁଣ୍ଡିକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି। ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି। ୩ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ।

୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ରହିବ। କେବଳ ଜରୁରୀ ମେଡିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି ମିଳିବ। କରୋନା ଲକ୍ଷଣ ଯାଞ୍ଚ ପାଇଁ ୪୦ ମେଡିକାଲ ଟିମ୍ କାର୍ଯ୍ୟ କରିବେ। ଜନସାଧାରଣଙ୍କୁ ସହଯୋଗ ପାଇଁ ଟ୍ୱିଟ୍ ଯୋଗେ ଜିଲ୍ଲାପାଳଙ୍କ ନିବେଦନ କରିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏଯାବତ ଜିଲ୍ଲାରେ ୧୭୦ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି। ଆଶା, ଅଙ୍ଗନବାଡ଼ି କର୍ମୀ, ପୋଲିସ, ଡାକ୍ତର ଆଦି ୧୭୦ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବା ପ୍ରଶାସନିକ ସୂତ୍ରରୁ ସୂଚନା ଦିଆଯାଇଛି।

ଗତିକାଲି ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ଆହୁରି ପଢ଼ନ୍ତୁ

You might also like